Thakur Anukul Chandra Bhajan Notation
ମନର ମଣିଷ ବୋଲି ତୁମକୁ କଲି ଆଶରା ହୃଦୟ ର ଦୁଃଖ ବୁଝ ମୋ ହୃଦ ଈଶ୍ୱର ପରା.. |0| ବିଶ୍ବସାଇଁ ତୁମ ପାଇଁ ତୁହାଇ କାନ୍ଦୁଛି ଏତେ ଅବୁଝା ମୋ ମନ କଥା ମରମର ବ୍ୟଥା ଯେତେ ପୋଛିଦେଇ ସରାଗରେ ନିତ୍ୟ ଛାଏଁ ଦେଲ ଧରା ହୃଦୟ ର ଦୁଃଖ ବୁଝ............ (1) ଅଲୋଡ଼ା ଅଖୋଜା ଏହି ହୃଦୟ କୁ ଖୋଜିନେଲ କଳଙ୍କ କାଳିମା ଧୋଇ ମୁଗ୍ଧ ମଞ୍ଜୁଳ କଲ ହଜାଅ ଜୀବନ ବ୍ୟଥା ତୁମେ ବ୍ୟଥାହାରୀ ପରା ହୃଦୟର ଦୁଃଖ ବୁଝ.............. (2) ମହିମାର ମେରୁ ତୁମେ ଭକ୍ତବାଞ୍ଛା କଳ୍ପତରୁ ଯୁଗପୁରୁଷୋତ୍ତମ ପୂର୍ଣ୍ଣବ୍ରହ୍ମ ସଦଗୁରୁ ମୋ ଜୀବନ ପ୍ରତିକୂଳେ ତୁମେ ଅନୁକୂଳ ପରା ହୃଦୟ ର ଦୁଃଖ ବୁଝ.......... (3) ତୃପତ୍ତି ର ଧାରା ତୁମେ ଢ଼ାଳିଲ ଅଶାନ୍ତ ପ୍ରାଣେ ତପଃମୂର୍ତ୍ତି ଲୀଳା କଲ ଅଖିଳ ବିଶ୍ଵଭୂବନେ ପ୍ରେମମୟ ଅନୁପମ ତୁମେ ମୁକତି ପସରା ହୃଦୟର ଦୁଃଖ ବୁଝ........ (4)